ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ୟୁନିଟ୍-୧ ପରିବା ମାର୍କେଟ୍ରେ ବଡ଼ଧରଣର ଅଗ୍ନିକାଣ୍ଡ । ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଡ ଫାୟାର ଅଫିସର ମନୋରଞ୍ଜନ ରାଉତ୍ । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ । ନିଆଁ ଲାଗିବାରୁ ପୁରା ପରିବା ମାର୍କେଟ୍ ଧୂଆଁମୟ ହୋଇପଡିଛି । ସେପଟେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ୍ ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିବା ଏବଂ ଚେୟାର ଉଠାଇ ଆକ୍ରମଣ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଦୋକାନୀ ଦୋକାନୀ ମଧ୍ୟରେ ବିବାଦରୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।
ଭୁବନେଶ୍ୱର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ !












Leave a Reply