ଭୁବନେଶ୍ୱର CRP ଛକ ମହାବୀର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ:

ଅକ୍ଷର ବ୍ୟୁରୋ: ପୁଣି ରାଜଧାନୀରେ ଲାଗିଲା ନିଆଁ । ଭୁବନେଶ୍ୱର CRP ଛକ ମହାବୀର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭା ଜାରି ରହିଛି । ୪ଟି ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି । ନିଆଁ ଲାଗି ପ୍ରଥମ ମହଲାର ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି । ପ୍ରଥମେ ଗିଫ୍ଟ ଦୋକାନରୁ ନିଆଁ ଲାଗି ଅନ୍ୟ ଦୋକାନକୁ ବ୍ୟାପିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଯୋଗୁଁ ପୂରା ମାର୍କେଟ କମ୍ପ୍ଲେକ୍ସ ଧୂଆଁମୟ ହୋଇଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)