ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ତାରିଖ; ଚଳିତବର୍ଷ ତିନୋଟି ଯାକ ପରୀକ୍ଷା ଦେବେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।

ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ତାରିଖ । ଫେବ୍ରୁଆରି ୧୯ ତାରିଖରୁ ହେବ ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା । ମାଟ୍ରିକ୍ ପରୀକ୍ଷାକୁ ଆଉ ଦୁଇ ସପ୍ତାହରୁ କମ୍ ସମୟ ରହିଲା । ଛାତ୍ର ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତଥର ସର୍ବାଧିକ ୩ହଜାର ୮୨ ପରୀକ୍ଷା କେନ୍ଦ୍ରରେ ହେବ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା । ପ୍ରଶ୍ନପତ୍ର ଚୋରି ରୋକିବାକୁ ପ୍ରତି ପ୍ରଶ୍ନରେ କ୍ୟୁଆର କୋଡ୍ ଏବଂ ୱାଟର ମାର୍କ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଲାଗି ପ୍ରଶ୍ନପତ୍ର କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଛି ।

ସେପଟେ ନିର୍ଭୁଲ ପ୍ରଶ୍ନପତ୍ର, ଆଉଟ୍ ଅଫ୍ ସିଲାବସ ଏବଂ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଚଳିତ ଥର ତିନୋଟି ଯାକ ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୦ହଜାରରୁ ଅଧିକ ପିଲା ଫର୍ମ ପୂରଣ କରିଛନ୍ତି । ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ଲାଗି ୩୨୨ଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷାକୁ ଆଖି ଆଗରେ ରଖି ୬ଟି ଦୂର ଜିଲ୍ଲା ପାଇଁ ୧୦ ତାରିଖରୁ ପ୍ରଶ୍ନପତ୍ର ଯିବା ପାଇଁ ବ୍ୟବସ୍ଥା କରାଯିବ । ଏହି ପ୍ରକ୍ରିୟା ମାର୍ଚ୍ଚ ୧୫ ତାରିଖ ଭିତରେ ସରିବ । ୧୬ ତାରିଖ ସବୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପହଞ୍ଚି ଯିବ । ନୋଡାଲ ସେଣ୍ଟର ସୁରକ୍ଷା ଲାଗି ସ୍ଥାନୀୟ ଜିଲ୍ଲାପ୍ରଶାସନ ସହ ଆଲୋଚନ କରାଯାଇଛି । ଆର୍ମ ପୁଲିସ ସହ ସେଣ୍ଟର ସୁପରିଟେଣ୍ଡେଣ୍ଟ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରେଇ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)