ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ କ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ସବୁଆଡେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ନୂଆପଡ଼ା ଜିଲ୍ଲା ଗସ୍ତ ସମୟରେ ଦର୍ଲିମୁଣ୍ଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧୀନ ଦର୍ଲିମୁଣ୍ଡା ଧାନ କ୍ରୟ କେନ୍ଦ୍ର ଠାରେ ଖରିଫ ବିପଣନ ବର୍ଷ ୨୦୨୫-୨୬ ପାଇଁ ଧାନ କ୍ରୟ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏହା ଫଳରେ ନୂଆପଡା ଚାଷୀ ନିଜ ଧାନ ବିକ୍ରି କରିପାରିବେ । ଧାନ କ୍ରୟ ପାଇଁ ଚାଷୀମାନଙ୍କ ପଞ୍ଜିକରଣ କାର୍ଯ୍ୟ ସରିଥିବା ବେଳେ ଧାନ କ୍ରୟ ପରେ ୪୮ ଘଣ୍ଟା ଭିତରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରଣ କରାଯିବା ନେଇ ସରକାର କହିଥିଲେ । ଏହି ଅବସରରେ ନବ ନିର୍ବାଚିତ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତାଙ୍କ ସହ ମାନ୍ୟବର ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବରଗଡ଼ ସାଂସଦ ଡ଼. ପ୍ରଭାସ ସିଂ, ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂହ, ବହୁ ମାତ୍ରାରେ ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ଉପସ୍ଥିତି ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)