ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀଙ୍କ ଆନ୍ଦୋଳନ ନେଇ ଆଜି ମନ୍ତ୍ରିସ୍ତରୀୟ ବୈଠକ

ଅକ୍ଷର ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥା ନେଇ ଆଜି ମନ୍ତ୍ରିସ୍ତରୀୟ ବୈଠକ । ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଏକ ବଡ ବୈଠକ ଡାକିଛନ୍ତି । ଆଜି ଅପରାହ୍ନରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବା ନେଇ ସୂଚନା ରହିଛି । ଧାନ ଉଠାଣ ସମସ୍ୟା ଓ ସମାଧାନ ନେଇ ବୈଠକରେ ଆଲୋଚନା ହେବ । ଉମରକୋଟ, ଝରିଗାଁ ଓ ରାଇଘର ତିନୋଟି ବ୍ଲକର ଚାଷୀ ରାସ୍ତାରେ ଆନ୍ଦୋଳନ ଓଲ୍ହାଇଛନ୍ତି । ଦିନରେ ସରକାରଙ୍କୁ ଗୁହାରି କରି କରି ଥକିଯିବା ପରେ ଏମିତି କଟିଛି ଚାଷୀ ଭାଇଙ୍କ ରାତି । ରାସ୍ତାକଡ଼ରେ ରୋଷେଇ କରି ଖାଇବା ସହ ଶୀତ ରାତିରେ ନିଆଁ ଜାଳି ରାତ୍ରିଯାପନ କରିଛନ୍ତି ଚାଷୀ । ଆଉ ଚାଷୀ ଭାଇଙ୍କ ଆନ୍ଦୋଳନ ସହ ସ୍ୱର ମିଳାଇଛନ୍ତି ନେତା ତଥା ଆନ୍ଦୋଳନର ଆବାହକ ପ୍ରଦୀପ ମାଝୀ ।   

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)