ଅକ୍ଷର ବ୍ୟୁରୋ: ବ୍ୟକ୍ତି ନୁହେଁ ଦଳ ବଡ଼ । କିଛି ଏପରି କହି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ କହିଲେ ଭକ୍ତ । ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି । ବିନା ରମେଶ ଜେନାରେ ଗଞ୍ଜାମ, ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ । ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼ କହିଲେ ଭକ୍ତ ଦାସ । AICC ରମେଶଙ୍କୁ ସସ୍ପେଣ୍ଡ୍ କରିଛି, ବିରୋଧରେ ଯିବା ଉଚିତ ନୁହେଁ । ବିଜେଡିକୁ ବିରୋଧ କରି ବିଜେପିକୁ ଭୋଟ୍, କି ପ୍ରକାର ରାଜନୀତି । ରମେଶ କ୍ରସ ଭୋଟିଙ୍ଗ କରିବା ବେଳେ ତାଙ୍କ ସମର୍ଥକ ତାଙ୍କୁ ବୁଝେଇବା ଆବଶ୍ୟକ ଥିଲା । ଏବେ ନିଲମ୍ବନ ହଟାଇବା କଥା ସମ୍ଭବ ନୁହେଁ ।
ରମେଶ ଜେନା ବିଜେଡି ବିରୋଧ କରୁଛନ୍ତି । କିନ୍ତୁ ବିଜେପିକୁ ଭୋଟ ଦେଉଛନ୍ତି ଏହା କି ପ୍ରକାର ରାଜନୀତି । ରାଜ୍ୟରେ ଆମେ କିଛି କରିନାହୁଁ, AICC ରମେଶ ଜେନାଙ୍କୁ ନିଲମ୍ବନ କରିଛନ୍ତି । ତେଣୁ ରମେଶ ସିଧାସଳଖ AICCକୁ ବିରୋଧ କରୁଛନ୍ତି । AICC ବିରୋଧରେ ଯିବା ଉଚିତ ନୁହେଁ । ଗଞ୍ଜାମରେ କେତେ ଜିଲ୍ଲାପରିଷଦ ସଭ୍ୟ ରହିଛନ୍ତି, ଗଞ୍ଜାମରେ ଆମ ସଂଗଠନ ନାହିଁ । ଜିଲ୍ଲା ସଭାପତି ଭାବରେ ସଂଗଠନକୁ ମଝବୁତ କରିବା ରମେଶଙ୍କ ଦାୟିତ୍ୱ ଥିଲା । ଯେହେତୁ ସିଏ one man ହୋଇଥିଲେ, ଦଳ ତାଙ୍କ ଉପରେ ଭରସା କରୁଥିଲା ତେଣୁ ସିଏ କ୍ରସ ଭୋଟିଙ୍ଗ କରିବାକୁ ଡରିଲେ ନାହିଁ । ସଂଗଠନ ଥିଲେ ନିଶ୍ଚିନ୍ତ ଡରିଥାନ୍ତେ । ଗୋଟିଏ ରମେଶ ଜେନା ନୁହେଁ ଗଞ୍ଜାମରେ ହଜାରେ ରମେଶ ଜେନା ଆସିବେ । ସମସ୍ତେ ଦେଖିବେ ଗଞ୍ଜାମରେ କଂଗ୍ରେସ କେମିତି ମଝଭୁତ ହେଵ ବୋଲି ପିସିସ ସଭାପତି ସ୍ପଷ୍ଟ କରି କହିଛନ୍ତି ।












Leave a Reply