ହସ୍ପିଟାଲରୁ ଡିସଚାର୍ଜ ହେଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ।

ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଭଗବାନଙ୍କ ପାଖରେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏହାସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତ ରବିବାର ଦିନ ଡ୍ରିହାଇଡ୍ରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ଘରୋଇ ହସ୍ପିଟାଲରେ ୪ଦିନ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ନବୀନ । ହସ୍ପିଟାଲରୁ ବିରୋଧୀଦଳ ନେତା ଡିସଚାର୍ଜ ହେବାବେଳେ ବିଜେଡିର ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)