ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍; ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ।

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ପ୍ରତିଷ୍ଠା ହେବ MBBS କଲେଜ୍ । ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗିରରେ ପ୍ରତିଷ୍ଠା ହେବ ୪ଟି ଡେଣ୍ଟାଲ୍ କଲେଜ୍ । ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ୍ କରାଯିବ । ଏନେଇ ବଜେଟ୍ ଅନୁମୋଦନ ମିଳିଛି ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)