ଅକ୍ଷର ବ୍ୟୁରୋ: ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଏନଡିଏ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ନିର୍ବାଚିତ ହେବା ପରେ ବିଜେପି ବିଧାୟକ ଦଳର ନେତା ଭାବେ ସମ୍ରାଟ ଚୌଧୁରୀ ଓ ଉପନେତା ଭାବେ ବିଜୟ ସିହ୍ନା ନିର୍ବାଚିତ ହୋଇଛନ୍ତି । ସେଇଭଳି ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୁଣି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ଇସ୍ତଫା ଦେବେ ନୀତିଶ । ୨୦ ତାରିଖରେ ଉଭୟ ନୀତିଶ, ସମ୍ରାଟ ଓ ବିଜୟ ଶପଥ ନେବେ । ବୈଠକରେ ନୂଆ ସରକାର ମନ୍ତ୍ରିମଣ୍ଡଳ ଉପରେ ମଧ୍ୟ ତଦନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ନିଆଯାଇଛି । ଏନଡିଏ ବିଧାୟକ ଦଳ ବୈଠକ ଏବେ ମଧ୍ୟ ଚାଲିଥିବା ସୂଚନା ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ରାମ ମେଘୱାଲ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ନେତା ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ ବିନୋଦ ତାୱଡେ ବିଧାୟକ ଦଳ ବୈଠକରେ ଉପସ୍ଥିତ ଅଛନ୍ତି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର ।












Leave a Reply