ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ; ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ବଜ୍ରପାତକୁ ନେଇ ଆଲର୍ଟ ।

ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ୫ ଜିଲ୍ଲାକୁ ଅରେଞ୍ଜ ଓ ୨୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ଜାରି କରାଯାଇଛି। ଅନୁଗୋଳ, କେନ୍ଦୁଝର, ମୟୁରଭଞ୍ଜକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟରୁ ମୌସୁମୀ ବର୍ଷା ଏକ ପ୍ରକାର ଉଭାନ ହୋଇଥିବାବେଳେ ଖରା ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିବାକୁ ଲାଗିଛି। ରବିବାର ସମ୍ବଲପୁର ୪୦.୬ ଡ୍ରିଗୀ ସେଲସିୟସ୍‌, ହୀରାକୁଦରେ ୪୦.୬, ଝାରସୁଗୁଡା ୪୦ରେ ରାଉରକେଲା ୩୮.୧, ଭୁବନେଶ୍ୱର ୩୭.୮, କେନ୍ଦୁଝର ୩୭.୩ ଓ ଚାନ୍ଦବାଲିରେ ୩୭.୩ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି। ସୋମବାର ବଜ୍ରପାତ ସହ ଝଟ୍‌କା ପବନ ଆଶଙ୍କା ରହିଥିବାରୁ ୨୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୧ ଜିଲ୍ଲାରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଲାଗି ରହିବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଜିଲ୍ଲାକୁ ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)