ଅକ୍ଷର ବ୍ୟୁରୋ: ପୋଲିସ ଏସଆଇ ଚାକିରି ଦୁର୍ନିତି ମାମଲା । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିବା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ କରିଥିଲା । ରେଡ୍ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି । HR ମ୍ୟାନେଜର୍, ଆଡମିନ୍ ମ୍ୟାନେଜର ଓ ଆକାଉଣ୍ଟ ହେଡ୍ଙ୍କୁ ନୋଟିସ୍ ହୋଇଛି । କ୍ରାଇମବ୍ରାଞ୍ଚ ନୋଟିସ୍ ଆଧାରରେ ଆଜି କଟକ କାର୍ଯ୍ୟାଳୟରେ ୧୧ଟାରେ ହେବେ ହାଜର । ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ରେଡ୍ କରିଥିଲା ବଣିକ କୋଚିଂ ସେଣ୍ଟରରେ । ୧୧୪ଜଣ ଗିରଫ ଛାତ୍ରଙ୍କ ମଧ୍ୟରୁ ୧୨ଜଣ ଛାତ୍ର ବଣିକ ସହ କନେକ୍ସନ ଥିବା ତଥ୍ୟ ପାଇଥିଲା ପୋଲିସ । ସେମାନଙ୍କ ମଧ୍ୟରୁ ୬ଜଣ ବଣିକ କୋଚିଂ ଅନୁଷ୍ଠାନରେ କୋଚିଂ ନେଉଥିବା ରେଡ୍ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ୍ । ସେହି ଆଧାରରେ ଯାଞ୍ଚ ପାଇଁ ବଣିକର ତିନିଜଣ କର୍ମଚାରୀଙ୍କୁ ନୋଟିସ୍ ଜାରି ହୋଇଥିଲା । ନୋଟିସ ଆଧାରରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବେ । ପ୍ରକାଶଯୋଗ୍ୟ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ ।
‘ବଣିକ’କୋଚିଂ ସେଣ୍ଟର ରେଡ୍ ପରେ ୩ ଅଧିକାରୀଙ୍କୁ ନୋଟିସ୍; ଆଜି ୧୧ଟାରେ କଟକ କାର୍ଯ୍ୟାଳୟରେ ହେବେ ହାଜର ।












Leave a Reply