ଅକ୍ଷର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଗୀତ । ଚୈତ୍ର ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍ରେ ଏକ ଭକ୍ତିମୟ ଓଡ଼ିଆ ଗୀତର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି । ଗୀତର ନାଁ ରହିଛି ଦୁର୍ଗତିନାଶିନୀ ମାଆ । ଏହି ଗୀତକୁ ଗାଇଛନ୍ତି ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ । ମାଆଙ୍କର ଭକ୍ତିରେ ବିରାଟ ଶକ୍ତି ରହିଛି । ଦେବୀ ମାଆଙ୍କ ବନ୍ଦନାରେ ଶ୍ରଦ୍ଧାଳୁଙ୍କ ମନ ସକାରାତ୍ମକ ଉର୍ଜାରେ ଭରିଯାଏ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଓଡ଼ିଆ ଗୀତ ।












Leave a Reply