ଓଡ଼ିଶା ଏଆଇ ମିଶନ ପୋର୍ଟାଲ ଲଞ୍ଚ; ଆଗକୁ ୪୧ଟି ବିଭାଗରେ ଏଆଇର ହେବ ଉପଯୋଗ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଲୋକସେବା କନଭେନ୍ସନ ହଲ୍‌ରେ ରିଜୋନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଘୋଷଣା କରିଛି ଯେ, ଶାସନ ଏବଂ ସାର୍ବଜନୀନ ସେବାରେ କୃତ୍ରିମ ବୁଦ୍ଧିମତ୍ତାର ଅତ୍ୟାଧୁନିକ ନିୟୋଜନକୁ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ରିଜୋନାଲ ଏଆଇ ଇମ୍ପାକ୍ଟ କନଫରେନ୍ସ ଅନୁଷ୍ଠିତ ହୋଇଛି । ୧୮ରୁ ୨୦ ଡିସେମ୍ବର ୩ ଦିନ ଧରି ଆୟୋଜିତ ହୋଇଛି । 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭର୍ଚୁଆଲି ଯୋଗ ଦେଇଥିଲେ । ଅନ୍ୟପଟେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଏହି ସମିଟ୍‌ରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା, ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଏଆଇ ବ୍ୟବହାରକୁ କିଭଳି ସଫଳ ରୂପାୟନ କରିପାରିବେ । ଦୈନନ୍ଦିନ ଜୀବନରେ ଏଆଇର ଭୂମିକା ଏବଂ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଛି । ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଗକୁ ବଢ଼ୁଥିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

ଆଜି ଓଡ଼ିଶା ଏଆଇ ମିଶନ ପୋର୍ଟାଲ ଲଞ୍ଚ ହୋଇଛି । ଶାସନ ଏବଂ ନାଗରିକ ସେବା ପାଇଁ ଏଆଇ ଆପ୍ର ମୂଳ ଉଦ୍ଦେଶ୍ୟ ଏଆଇ ସହ ସାଧାରଣ ଲୋକ କାମ କରିପାରିବେ, ଏଆଇକୁ ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ । ଶିକ୍ଷା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟାପାର ବିଭାଗରେ ଏଆଇ ଉପଯୋଗ ଉପରେ ଫୋକସ୍ କରାଯାଉଛି । ସୁଭଦ୍ରା ପୋର୍ଟାଲ ହେଉ ବା କୃଷି ସବ୍‌ସିଡିରେ ଏଆଇର ବ୍ୟବହାର କରାଯାଉଛି । ଆଗକୁ ୪୧ଟି ବିଭାଗରେ ଏଆଇ ଉପଯୋଗ ହେବ । ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ଏଆଇ ବ୍ୟବହାର କରାଯିବ । ଓଡ଼ିଆ ଭାଷାକୁ ଏଆଇରେ ଆଣିବାକୁ ବ୍ୟବସ୍ଥା କରାଯିବ । ଭାଷାଦାନ କାର୍ଯ୍ୟକ୍ରମ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶା ଏଆଇ ମିଶନ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ବଜେଟ୍ ଘୋଷଣା କରିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)