ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ:

ଅକ୍ଷର ବ୍ୟୁରୋ: ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଶୁଣାଇଛନ୍ତି । କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ । ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ଗାଡ଼ିର ପୁରୁଣା ଚାଲାଣ କିମ୍ବା ଜରିମାନା ବାକି ରହିଛି, ତଥାପି ସେମାନଙ୍କୁ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ । କେବଳ ଜରିମାନା ଆଦାୟ କରିବା ଉଦ୍ଦେଶ୍ୟରେ ସରକାର କାହାର ପ୍ରଦୂଷଣ ପ୍ରମାଣପତ୍ରକୁ ଅଟକାଇ ପାରିବେ ନାହିଁ କିମ୍ବା ଜରିମାନା ଭରିବାକୁ ବାଧ୍ୟ କରିପାରିବେ ନାହିଁ ।ଏହି ମାମଲାର ଶୁଣାଣି କରି ହାଇକୋର୍ଟ ‘ବାହନ’ ପୋର୍ଟାଲରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋର୍ଟାଲରେ ଏପରି ବ୍ୟବସ୍ଥା କରାଯାଉ ଯେପରି ଜରିମାନା ବାକି ଥିଲେ ମଧ୍ୟ ସାର୍ଟିଫିକେଟ୍ ବାହାର କରିବାରେ କୌଣସି ବାଧା ଉପୁଜିବ ନାହିଁ ।

ଏହି ପ୍ରସଙ୍ଗରେ ପୋର୍ଟାଲର ସଂଶୋଧନ ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ମିଳିବ ନାହିଁ ଏବଂ ଚାଲାଣ ନଭରିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ସରକାରୀ ସ୍ତରରେ ନିୟମ କରାଯାଇଥିଲା , ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଗାଡ଼ି ମାଲିକମାନେ ବଡ଼ ଧରଣର ଆଶ୍ୱସ୍ତି ପାଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)