ଅକ୍ଷର ବ୍ୟୁରୋ: ଓଡ଼ିଶା ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯାଗ । ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲରେ ଏହି ଅଘଟଣ ଘଟିଛି । ଦ୍ୱିତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଛାତ୍ରୀ ଜଣଙ୍କ ବାଲେଶ୍ୱରର ଜଳେଶ୍ୱରର ବୋଲି ଜଣାପଡିଛନ୍ତି । ଆରଜି କର ମେଡିକାଲର ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଏକ ବର୍ଷରୁ ଅଧିକ ସମୟ ହେଲାଣି । ଏହି ଘଟଣା ପଶ୍ଚିମବଙ୍ଗ ତଥା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଜୀବନସାରା କାରାଦଣ୍ଡରେ ଦଣ୍ଡିତ କରାଯାଇଛି, କିନ୍ତୁ ପୀଡ଼ିତାଙ୍କ ପରିବାର ଏହାକୁ ବଡ଼ ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି । ଏହି ଘଟଣା ଏଯାଏଁ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଜଣେ ଡାକ୍ତଙ୍କୁ ଦୁଷ୍କର୍ମ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।












Leave a Reply