ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିଜେଡିର ହଙ୍ଗାମା । ଚାଷୀଙ୍କ ସାର ସମସ୍ୟାକୁ ନେଇ ଗର୍ଜିଛି ବିଜେଡି । ଦ୍ୱିତୀୟ ଦିନରେ କେବଳ ୪ ମିନିଟ୍ ଚାଲିପାରିଛି ବିଧାନସଭା । ବିଜେଡିର ବିଧାୟକମାନେ ପୋଡିୟମ୍ ତଳେ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିବା ସହିତ ହୋହଲ୍ଲା କରିଥିଲେ । ଯାହାପରେ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ତେବେ ଗତକାଲି କଂଗ୍ରେସର ହାଇଡ୍ରାମା ପରେ ଆଜି ବିଧାନସଭାରେ ଗର୍ଜିଛି ବିଜେଡି । ପ୍ରଶ୍ନକାଳ ମଧ୍ୟ ଠିକ୍ ଭାବେ ଚାଲିପାରିନି ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କହିବା କଥା, ଚାଷୀ ସାର ସମସ୍ୟା ନେଇ ଅସୁବିଧାରେ ଅଛନ୍ତି । ହେଲେ ଏନେଇ ବିଧାନସଭାରେ ଆଲୋଚନା ହେଉନି । ତେଣୁ ବିଜେଡି ଏନେଇ ପ୍ରତିବାଦ କରୁଛି । ସେପଟେ ଆଜି ଗୃହରେ ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ କରିବା ପରେ ବି ବିଜେଡି ବିଧାୟକମାନେ ଶୁଣିନଥିଲେ, ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନେ ପ୍ରତିବାଦ ଜାରି ରଖିଥିଲେ । ଯାହାପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଛନ୍ତି ।












Leave a Reply