ଆରମ୍ଭ ହୋଇଛି ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା; ବନ ବିଭାଗ ପକ୍ଷରୁ ସୂଚନା ।

ଅକ୍ଷର ବ୍ୟୁରୋ: ଚଳିତ ମାସରୁ ଆରମ୍ଭ ହୋଇଛି ଅଲିଭ ରିଡ଼ଲେଙ୍କ ପ୍ରଜନନ ଋତୁ । ତେବେ ସୁରକ୍ଷିତ ଅଣ୍ଡାଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବିଶେଷକରି ଅଲିଭ ରିଡ଼ଲେ ଫେବୃଆରୀ ମାସରେ ଅଣ୍ଡାଦାନ କରନ୍ତି । କିନ୍ତୁ ପୁରୀ ବନ୍ୟପ୍ରାଣୀ ବିଭାଗରେ ଥିବା ଦୁଇଟି ସ୍ଥାନରେ ଅଲିଭ ରିଡ଼ଲେ କଇଁଛ ମାନେ ଅପ୍ରତ୍ୟସିତ ଭାବେ କୂଳକୁ ଆସି ଅଣ୍ଡାଦାନ କରିଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୋଟିଏ କଇଁଛ କେଳୁଣୀ ମୁହାଣ ନିକଟସ୍ଥ କଁରପୁର ଠାରେ କୂଳକୁ ଆସି ୧୨୪ଟି ଅଣ୍ଡାଦେଇ ଥିବାବେଳେ ଅରଖକୁଦ ଠାରେ ଆଉ ଏକ କଇଛ ୯୦ଟି ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯାଇଛି । ବନ କର୍ମଚାରୀ ମାନେ ଦୁଇଟି କଇଁଛକୁ ଠାବକରି ସେ ଅଣ୍ଡାସବୁକୁ ଏକ ଅସ୍ଥାୟୀ ହାଚରିରେ ରଖିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)