ପୁଲିସ SI କେଳେଙ୍କାରି ମାମଲା: ସିବିଆଇ ଅଫିସରେ ହାଜର ହେଉଛନ୍ତି ଜଣଙ୍କ ପରେ ଜଣେ ପରୀକ୍ଷାର୍ଥୀ ।

ଅକ୍ଷର ବ୍ୟୁରୋ: ପୁଲିସ SI କେଳେଙ୍କାରି ମାମଲାରେ ସିବିଆଇ ଅଫିସରେ ହାଜର ହେଉଛନ୍ତି ଜଣଙ୍କ ପରେ ଜଣେ ପରୀକ୍ଷାର୍ଥୀ । ୧୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସିବିଆଇ ପଚରାଉଚରା କରିଛି । ମାମଲାର ତଦନ୍ତ ଭାର ନେବା ପରେ ସିବିଆଇ ଦୁଇ ଦିନରେ ପ୍ରାୟ ୨୦ ଜଣ ପରୀକ୍ଷାର୍ଥୀଙ୍କୁ ପଚରାଉଚରା କଲାଣି । ଗତକାଲି ଦୀର୍ଘ ୧୧ ଘଣ୍ଟାର ମାରାଥନ୍ ଜେରା ପରେ ସିବିଆଇ ଅଫିସରୁ ବାହାରିଥିଲେ ଆଶାୟୀ । ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ସିବିଆଇ ଅଧିକାରୀ । ପରୀକ୍ଷାର୍ଥୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ଆଗରେ ରଖିଥିବା ସୂଚନା ମିଳିଛି ।

ପରୀକ୍ଷାର୍ଥୀଙ୍କୁ ଜେରା ପରେ ସିବିଆଇ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ବି ରିମାଣ୍ଡରେ ଆଣିପାରେ ବୋଲି ସୂଚନା ମିଳିଛି । ନେଟୱାର୍କର ଗୁମର ଖୋଲିବା ସହ, ଫୋକସ୍‌ରେ ରହିପାରେ ‘ହଜାରେ କୋଟିର ଡିଲ୍‌’ । ଶଙ୍କର ଗିରଫ ହେବା ବେଳେ ଦେଇଥିବା ‘ହଜାରେ କୋଟି ଡିଲ୍’ ବୟାନର ରହସ୍ୟ ଭେଦିବାକୁ ଚେଷ୍ଟା କରିପାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଏଥିସହ କେଳେଙ୍କାରୀରେ ସମ୍ପୃକ୍ତ ଥିବା ବଡ଼ବଡ଼ିଆଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିବ । ଏକାଧିକ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସଂପୃକ୍ତି ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ, ଏହାର ଖୁଲାସା ପାଇଁ ଚେଷ୍ଟା କରିପାରେ । ଏସବୁ ଭିତରେ କ୍ରାଇମବ୍ରାଞ୍ଚ ପାଖରୁ ମାମଲାର ସମସ୍ତ ତଥ୍ୟ ଓ ଦସ୍ତାବିଜ ସିବିଆଇ ହାତେଇଥିବା ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)