୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର; ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ ।

ଅକ୍ଷର ବ୍ୟୁରୋ: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର । ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୭ ଲକ୍ଷ ଆବେଦନ ହୋଇଛି । ୩୪ ଲକ୍ଷଙ୍କୁ ସର୍ଟଲିଷ୍ଟ କରାଯାଇ କେନ୍ଦ୍ର ସରକାରଙ୍କୁ ତାଲିକା ଦିଆଯାଇଛି । ପୂର୍ବରୁ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରି କହିଥିଲେ, ଆଉ ରହିବନି ବିଜୁ ପକ୍କା ଘର ସ୍କିମ । ସମସ୍ତଙ୍କୁ ମିଳିବ ଘର । କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ଆବାସରୁ ବଞ୍ଚିତ ହେବେ ନାହିଁ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟତା ମାପଦଣ୍ଡକୁ କୋହଳ କରିଛନ୍ତି ସରକାର । ସର୍ବାଧିକ ମାସିକ ଆୟ ୧୦ ହଜାରରୁ ୧୫ ହଜାରକୁ ବଢ଼ାଇଛନ୍ତି । ସେହିପରି ପୂର୍ବ ମାପଦଣ୍ଡରେ ଅନେକ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ହିତାଧିକାରୀଙ୍କ ପରିବାରର ସର୍ବାଧିକ ମାସିକ ଆୟ ୧୦ ହଜାର ରଖାଯାଇଥିଲା । ଏହାକୁ ବଢ଼ାଇ ୧୫ ହଜାର କରାଯାଇଛି । ଦୁଇ ଚକିଆ ଯାନ, ଫ୍ରିଜ, ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ସେହିପରି ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)