ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ; କହିଲେ କିଛି ନଜାଣି କରନ୍ତି ଅପପ୍ରଚାର ।

ଅକ୍ଷର ବ୍ୟୁରୋ: ଚର୍ଚ୍ଚାରେ ପକାଇଦେଲେ ପୂର୍ଣ୍ଣଛେଦ । ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ । ବର୍ଷିଲେ ନବୀନ, କହିଲେ କିଛି ନଜାଣି କରନ୍ତି ଅପପ୍ରଚାର । ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଲେ ଯେ ବିଜୁ ବାବୁ ଦାନଦକ୍ଷିଣା ପାଇଁ ଜଣାଶୁଣା ଥିଲେ । ୩୦ ବର୍ଷ ବୟସରେ ସେ ବିଜ୍ଞାନର ପ୍ରଚାରପ୍ରସାର ପାଇଁ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ । ସେ ନିଜ ଜୀବନରେ ଅନେକ ଭଲ କାମ କରିଛନ୍ତି । ମୁଁ, ମୋ ଭାଇ ଓ ଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଦାନ କରିଥିଲୁ । ଯେବେ ମୁଁ ମୁମ୍ବାଇ ଯାଇଥିଲି ବେକ ଅପରେସନ ପାଇଁ, ତା ପୂର୍ବରୁ ପ୍ରଥମେ ମୁଁ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ଼ ବଡ଼ ଓକିଲ ଓ CA ଙ୍କୁ ଭେଟିଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି । ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ହିତ ପାଇଁ ଖୋଲିଲି । ମୋ ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି । ବିଜେଡି କି ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ । ଗଣମାଧ୍ୟମ negative story କରୁଥିବାରୁ, ମୁଁ ଏହି ସ୍ପଷ୍ଟୀକରଣ ରଖିଲି ।

ସୂଚନା ଅନୁସାରେ, ଓଡ଼ିଶା ରାଜନୀତିରେ ବିଜୁ-ନବୀନ ଇନ୍ସିପିରେସନାଲ୍ ଫାଉଣ୍ଡେସନକୁ ନେଇ ଝଡ଼ ସୃଷ୍ଟି ହୋଇଛି । ଟ୍ରଷ୍ଟ ଡିଡ୍ ସମ୍ପର୍କିତ ଦସ୍ତାବିଜ ସୋସିଆଲ୍ ମିଡିଆରେ ସାର୍ବଜନୀନ କରି ନବୀନଙ୍କୁ ଘେରିଛନ୍ତି ବିରୋଧି । ସେପଟେ ସାମଜସେବା ବାହାନାରେ ଓଡ଼ିଶା ବାହାରେ କାହିଁକି ଫାଉଣ୍ଡେସନ୍ ଓ ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)