ବର୍ଦ୍ଧିତ ଦରମାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଚିଠି ।

ଅକ୍ଷର ବ୍ୟୁରୋ: ରାଜ୍ୟର ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ସରଗରମ ହୋଇଥିବା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହି ଚର୍ଚ୍ଚାକୁ ଅଧିକ ବଢାଇଛି । ବର୍ଦ୍ଧିତ ଦରମାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ନବୀନ ପୋଷ୍ଟ କରିଛନ୍ତି ଯେ, ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବାକୁ ମୁଁ ନିଷ୍ପତ୍ତି ନେଇଛି । ମୋ ଦରମା ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ବୋଲି ନବୀନ ଉଲ୍ଲେଖ କରିଛନ୍ତି । ନବୀନ ଲେଖିଛନ୍ତି, ୨୫ ବର୍ଷରୁ ଅଧିକ ସମୟ ଧରି ମୁଁ ଓଡ଼ିଶାବାସୀଙ୍କ ସ୍ନେହ, ପ୍ରେମ ଏବଂ ସମର୍ଥନ ପାଇ ଆସିଛି । ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଗଭୀର ଭାବେ କୃତଜ୍ଞ । ପୂର୍ବରୁ, ଆମର ପରିବାର କଟକରେ ଥିବା ଆମର ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସମାନ ଭାବରେ ମୁଁ ବିରୋଧୀ ଦଳ ନେତା ଭାବେ ବର୍ଦ୍ଧିତ ଦରମା ଏବଂ ଭତ୍ତା ଦାନ କରିବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)