ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ; ୧୨ଟା ଯାଏଁ ଗୃହ ମୁଲତବି ଘୋଷଣା ।

ଅକ୍ଷର ବ୍ୟୁରୋ: ବିଧାନସଭା ବଜେଟ୍ ଅଧିବେଶନର ଆଜି ଷଷ୍ଠ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ୧୨ଟା ଯାଏଁ ଗୃହ ମୁଲତବି । SCB ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ନାରାବାଜି । ପ୍ରଶ୍ନକାଳ ଚାଲି ନପାରିବାରୁ ଗୃହକୁ ମୁଲତବି କଲେ ବାଚସ୍ପତି । ହେଲେ ଆଜିର ଦିନ ବିଧାନସଭା କେମିତି ଚାଲିବ ସଭିଁଙ୍କ ନଜର ରହିଛି । ଗତକାଲି ରାଜ୍ୟସଭା ନିର୍ବାଚନରେ ଯେଉଁ ସ୍ଥିତି ଦେଖିବାକୁ ମିଳିଥିଲା, ତାହାର ପ୍ରଭାବ ଆଜି ବିଧାନସଭାରେ ଦେଖିବାକୁ ମିଳିବ । କ୍ରସ୍ ଭୋଟିଂ କରିଥିବା କଂଗ୍ରେସ ଓ ବିଜେଡି ବିଧାୟକମାନେ ଆଜି ବିଧାନସଭା ଆସିବେ ତ ? ଆଉ ଯଦି ଆସିବେ ନିଜ ଦଳୀୟ ବିଧାୟକଙ୍କ ସହ ବସିବେ ତ? ସେମାନଙ୍କୁ ନେଇ କଣ ପ୍ରତିକ୍ରିୟା ରଖିବେ ଅନ୍ୟ ବିଧାୟକ? ତାହା ଉପରେ ନଜର ରହିବ । ଏପଟେ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ଏବଂ ଗତକାଲି ଏସସିବିରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡଙ୍କୁ ପ୍ରସଙ୍ଗ କରି ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ରାଜ୍ୟସଭା ନିର୍ବାଚନ ତାତି ବିଧାନସଭାରେ ବି ଦେଖିବାକୁ ମିଳିପାରେ । ଫଳରେ ରୋଚକ ହୋଇପାରେ ଆଜିର ଗୃହକାର୍ଯ୍ୟ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)