ଆସନ୍ତା ଜାନୁଆରୀ ୨୦ ତାରିଖରେ ଅନୁଷ୍ଠିତ ହେବ ଓଏସଏସଟିଇଟି ।

ଅକ୍ଷର ବ୍ୟୁରୋ: ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ଆସନ୍ତା ଜାନୁଆରୀ ୨୦ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନେ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏଁ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଆଡମିଟ୍ କାର୍ଡ ଜାନୁଆରୀ ୧୦ ତାରିଖରେ ବୋର୍ଡ ୱେବସାଇଟରୁ ପାଇପାରିବେ ବୋଲି ସୂଚନା ଦିଆଯାଇଛି । ଓଏସଏସଟିଇଟି ଦୁଇଟି ପେପରରେ ହେବ । ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ଵିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ଯାଏ ଚାଲିବ ବୋଲି ବୋର୍ଡ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)