ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୨୨ ହଜାର ୭୭୧ ଜଣ ପିଏମ ଆବାସ ଯୋଜନାରେ ପଞ୍ଜିକରଣ କରିସାରିଲେଣି। କଳାହାଣ୍ଡିରେ ୩୦ ତାରିଖ ଦିନ ଅନ୍ତ୍ୟୋଦୟ ଯୋଜନାରେ ମୁଖ୍ୟମନ୍ତ୍ରୀ ୫୦ ହଜାର ଘର ବାଣ୍ଟିବେ ବୋଲି ମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ତାଲିକା ବିଭାଗର ହସ୍ତଗତ ହେବ। ପଞ୍ଚାୟତ ଏବଂ ବ୍ଲକ ସ୍ତରର ଅଧିକାରୀ ଯଦି କାହାକୁ ଛାଡିଥିବେ କି ଯେଉଁଠୁ ବି ଅଭିଯୋଗ ଆସିବ, ତାହେଲେ ସେଠିକାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ପିଏମ ଆବାସ ସର୍ଭେରେ ଅଧିକାରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ କଡା ଚେତାବନୀ। ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଲେ ହେବ କାର୍ୟ୍ୟାନୁଷ୍ଠାନ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ।
ପିଏମ୍ ଆବାସ ଯୋଜନାରେ ଆବେଦନ କଲେଣି ୨୪ଲକ୍ଷ ଆବେଦନକାରୀ,୩୦ରେ ମିଳିବ ଟଙ୍କା












Leave a Reply