ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଓଡ଼ିଶା ଆସିବା ପାଇଁ ଦିଆଯାଇଛି ଆମନ୍ତ୍ରଣ ।

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ ଦିଆଯାଇଛି । କେଉଁ ତାରିଖରେ ଓଡ଼ିଶା ଆସିବେ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ । ସେପଟେ ମାସ ଶେଷ ଆଡ଼କୁ, ଅର୍ଥାତ ସେପ୍ଟେମ୍ୱର ୨୮ ତାରିଖରେ ଭୁବନେଶ୍ୱରରେ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଆୟୋଜନ ହେବ । ଏଥିରେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଙ୍କ ସହ ବିଭିନ୍ନ ରାଜ୍ୟର ଆଡଭୋକେଟ୍ ଜେନେରାଲ, ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଅଂଶଗ୍ରହଣ କରିବେ ।

ସୂଚନା ଯୋଗ୍ୟ ଯେ, ଜୁନ ୨୦ରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସିଥିଲେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏହି ଗସ୍ତରେ ମୋଦି ରୋଡ ସୋ’ ଏବଂ ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିଥିଲେ । ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ବର ପୁଣି ଥରେ ଜନସମୁଦ୍ର ପାଲଟିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରର ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)