ଅକ୍ଷର ବ୍ୟୁରୋ: ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଗୁଳିମାଡ଼ । ପୋଲିସ ଗୁଳିରେ ଟିମା ଝାଙ୍କର ଓରଫ ଧନେଶ୍ୱର ଝାଙ୍କର ଆହତ ହୋଇଛି । ଟିମାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଆହତ ଟିମାକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟିମାର ତିନି ସହଯୋଗୀ ଗିରଫ ହୋଇଛନ୍ତି । ସେମାନଙ୍କଙ୍କ ନିକଟରୁ ଏକ ପିସ୍ତଲ, ଅଫୁଟା ଗୁଳି, ଏକ ବୋଲେରୋ ଗାଡ଼ି, ତାର କଟା ଯନ୍ତ୍ର ସମେତ ବିଦ୍ୟୁତ ତାର ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଟିମା ନାଁରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ରାହାଜାନି, ଆର୍ମସ ଆକ୍ଟ ଏବଂ ଆଲୁମିନିୟମ ତାର ଚୋରି ଭଳି ପ୍ରାୟ ୪୧ରୁ ଅଧିକ ସଙ୍ଗୀନ ମାମଲା ରହିଛି । ଆଜି ସକାଳେ ଟିମାକୁ ପୋଲିସ କାବୁ କରିବାକୁ ଯାଉଥିବାବେଳେ ଡ଼ୁମଛାଲି ଜଙ୍ଗଲ ନିକଟରେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା ଟିମା । ପୋଲିସ ଆତ୍ମରକ୍ଷ୍ୟା ପାଇଁ ତାର ଗୋଡ଼ରେ ଗୁଳି ଚାଳନା କରିଥିଲା । ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଜବତ ହୋଇଛି ।
ରେଢାଖୋଲ ପୋଲିସର ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଗୁଳିମାଡ଼ କଲା ପୋଲିସ୍ ।











Leave a Reply