ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ

ଅକ୍ଷର ବ୍ୟୁରୋ: ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଆଖି ବୁଜିଛନ୍ତି । ସେ ଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ । ତାଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ । ସେ ଅକ୍ଟୋବର ୨୩ ତାତିଖରୁ ICUରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ । ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । ଗତ କାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ଓଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଦୁମଦାର ରବିବାର ଦିନ ସକାଳୁ ଅସୁସ୍ଥ ହୋଇପଡିଥିଲେ । ସେ ତାଙ୍କର କଟକ ସ୍ଥିତ ବାସ ଭବନରେ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ସେ ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି । ବର୍ତ୍ତମାନ ଯାଏଁ ୫୦ ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହାସହିତ ସେ ଏକାଧିକ ଫିଲ୍ମରେ ଗୀତ ବି ଗାଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)