ପୁରୀ ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଘୋଷଣା; ଡିଜିସିଏର ଏୟାର ସ୍ପେସ୍‌ ମ୍ୟାପରେ ସ୍ଥାନ ପାଇଲା ଶ୍ରୀମନ୍ଦିର ।

ଅକ୍ଷର ବ୍ୟୁରୋ: ରେଡ୍ ଜୋନ୍ ପରିସର ହେଲା ପୁରୀ ଶ୍ରୀମନ୍ଦିର । ଡିଜିସିଏ ମ୍ୟାପରେ ଯୋଡ଼ି ହେଲା ଶ୍ରୀମନ୍ଦିର । ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏହି ପଦକ୍ଷେପ । ରେଡ୍ ଜୋନ୍ ଅବଧି ୩ ବର୍ଷ ଯାଏଁ ବୈଧତା ଅଛି । ଏବେ ଡିଜିସିଏର ଏୟାର ସ୍ପେସ୍‌ ମ୍ୟାପରେ ଶ୍ରୀମନ୍ଦିର ଚତୁପାର୍ଶ୍ୱକୁ ରେଡ୍ ଜୋନ୍ ଦର୍ଶାଯାଇଛି । ପୂର୍ବରୁ ଶ୍ରୀମନ୍ଦିରକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଥିଲା । ଯାହାକୁ ଡିଜିସିଏ ମ୍ୟାପ୍‌ରେ ଦର୍ଶାଯାଇ ନଥିଲା । ତେବେ ରେଡ୍ ଜୋନ୍ ସୂଚନା ପାଇବା ପରେ ଡ୍ରୋନ୍ ଉଡାଣ ବିଷୟରେ ଜାଣି ପାରିବେ ବାହାରୁ ଆସୁଥିବା ୟୁଟ୍ୟୁବର୍ । ବିଭିନ୍ନ ସମୟରେ ଡ୍ରୋନ୍ ଉଡାଣ ନିଷିଦ୍ଧ ହୋଇଥିଲେ ହେଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଉଡୁଛି ଡ୍ରୋନ । ଗତକାଲି ମଧ୍ୟ ଡ୍ରୋନ୍ ଉଡାଉଥିବା ନେଇ ବାହାର ରାଜ୍ୟର ଜଣେ ୟୁଟ୍ୟୁବର ପୁରୀ ପୁଲିସ ହାତରେ ଧରା ପଡ଼ିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)