ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ହୋଇପାରନ୍ତି ବିଜେଡି ପ୍ରାର୍ଥୀ, ସଂକେତ ଦେଲେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ହୋଇପାରନ୍ତି ବିଜେଡି ପ୍ରାର୍ଥୀ, ସଂକେତ ଦେଲେ ଦେବୀ ମିଶ୍ର । ଢୋଲକିଆ ନୂଆପଡ଼ାର ଉନ୍ନତି ପାଇଁ ଅନେକ କାମ କରିଛନ୍ତି । ତେଣୁ ସେ ସେଠାରୁ ୪ ଥର ଜିତିଛନ୍ତି । ରାଜେନ୍ଦ୍ର ଢୋଲକିଆ ରାଜନେତା ଓ ସାମାଜିକ ନେତୃତ୍ୱ ନେବାରେ ବେଶ ପାରଙ୍ଗମ ଥିଲେ । ବିଜେଡିର ପ୍ରାର୍ଥୀ ହିଁ ଢୋଲକିଆଙ୍କ ଆବର୍ତ୍ତମାନରେ ଜିତିବେ । ସ୍ଥାନୀୟ ବିଜେଡି ନେତାଙ୍କ ଆବେଗ ରହିଛି ତାଙ୍କ ପରିବାର ବର୍ଗକୁ ଟିକେଟ ଦେବା ପାଇଁ । କିଏ ଦଳୀୟ ପ୍ରାର୍ଥୀ ହେବ ଦଳ ସେନେଇ ଆଲୋଚନା କରି ପ୍ରାର୍ଥୀ ଘୋଷଣା କରିବ । ସବୁ ଦିଗକୁ ଅନୁଶୀଳନ କରି ନବୀନ ବାବୁ ପ୍ରାର୍ଥୀ ଘୋଷଣା କରିବେ ବୋଲି ଦେବୀ ମିଶ୍ର କହିଛନ୍ତି । ତେବେ ଆସନ୍ତାକାଲି ଠାରୁ ନୂଆପଡ଼ାରେ ପଦଯାତ୍ରା ହେବ । ଲୋକଙ୍କ ପାଖକୁ ଯିବ ଦଳ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)