ଅକ୍ଷର ବ୍ୟୁରୋ: ଆଜି ଦିଲ୍ଲୀରୁ ଫେରିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟସଭା ନିର୍ବାଚନରେ ଭାଗ ନେବାକୁ ଯାଇ ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି । ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ସୁରେଶ ପୂଜାରୀ । ଦିଲ୍ଲୀ ଏମ୍ସରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି । ଗତକାଲି ତାଙ୍କୁ ହସ୍ପିଟାଲରେ ଭେଟିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ଦିଲ୍ଲୀ ଏମ୍ସ ମେଡ଼ିକାଲକୁ ଯାଇ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଥିଲେ ରାଜ୍ୟପାଳ ।
ଆଜି ଦିଲ୍ଲୀରୁ ଫେରିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ; ରାଜ୍ୟସଭା ନିର୍ବାଚନରେ ନେବେ ଭାଗ ।












Leave a Reply