ଅକ୍ଷର ବ୍ୟୁରୋ: ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ କଲେ ରାଜସ୍ୱ ମନ୍ତ୍ରୀ । ମିଡିଲ୍ ମ୍ୟାନ୍ ସିଷ୍ଟମ ହଟିବା ଦରକାର କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ସରକାରୀ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବା ଦରକାର । ସରକାରଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ଶାସନ ହେବା ଦରକାର । ଆଖି କାନ ଖୋଲା ରଖ, ନାକ ତଳେ କଣ ହେଉଛି ଖବର ରଖ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣ ମାନେ ଧରନ୍ତୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଆଜିର କାମକୁ କାଲି ପର୍ଯ୍ୟନ୍ତ ନରଖିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ ।
ଜିଲ୍ଲାପାଳ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀଙ୍କ କ୍ଷୋଭ; ମିଡିଲ୍ ମ୍ୟାନ୍ ସିଷ୍ଟମ ହଟିବା ଦରକାର କହିଲେ ମନ୍ତ୍ରୀ ।












Leave a Reply