ବାଲେଶ୍ୱର ଏଫଏମ କଲେଜ ଘଟଣା ତଦନ୍ତ ନସରୁଣୁ, ପୁଣି ଜଣେ ଛାତ୍ରୀଙ୍କ ନିର୍ଯାତନା ଅଭିଯୋଗ ।

ବାଲେଶ୍ୱର ଏଫଏମ କଲେଜ ଘଟଣାର କିଛି ଦିନ ନଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା। ଏଥିରେ ମଧ୍ୟ ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଏଫଏମ କଲେଜ ନିଆଁ ସାରା ଓଡ଼ିଶାରେ ହୁତୁହୁତୁ ହୋଇ ଜଳୁଥିବାବେଳେ ପୁଣି ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାରେ ଚେତିଲେ ସରକାର । ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟରେ ଆକ୍ସନ । ଛାତ୍ରୀ ନିର୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ । ଏଜୁକେସନ ବିଭାଗର ଅଧ୍ୟାପକଙ୍କୁ ବାନ୍ଧିଛି ପୁଲିସ ।

ସୂଚନା ଅନୁଯାୟୀ, ୪ ମାସ ତଳେ ବିଶ୍ୱବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀନାଥ ସୁନା ତାଙ୍କୁ ଅସଦାଚରଣ କରିବା ସହିତ ନିର୍ଯାତନା ଦେଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମାତ୍ର ଏଫଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ପରେ ତତ୍ପର ହୋଇଛନ୍ତି ସରକାର । ଗୁରୁବାର ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀନାଥ ସୁନାଙ୍କୁ ମହିଳା ଥାନା ପୁଲିସ ଗିରିଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)