ଅକ୍ଷର ବ୍ୟୁରୋ: କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍ ପରିବର୍ତ୍ତନ କରିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ । ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍ ବିଧାନ ସଭାରେ ପରିବର୍ତ୍ତନ କରିବା ପାଇଁ । ସେମାନଙ୍କୁ ଦଳ ନିଲମ୍ବନ କରିଥିବାରୁ ଗୃହରେ ସିଟ୍ ବଦଳାଯାଉ । ସେମାନଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲାଗୁ କରାଯାଉ ବୋଲି କାଡ଼ାମ କହିଛନ୍ତି । ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍’କୁ ନ ମାନି କ୍ରସ୍ ଭୋଟିଂ କରିଥିଲେ । ଏବେ କଂଗ୍ରେସ ଏହି ୩ ଜଣଙ୍କୁ ଦଳରୁ ନିଲମ୍ବିତ କରିଛି । ଆଇନ (ସିଡ୍ୟୁଲ-୧୦) ଅନୁଯାୟୀ, ସମ୍ପୃକ୍ତ ତିନିଜଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍ ପରିବର୍ତ୍ତନ; ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳର ନେତା ।












Leave a Reply