ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟିର ପ୍ରତିକ୍ରିୟା:

ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିବା ପରେ ଗିରଫ ଶଙ୍କର ପୃଷ୍ଟି ପ୍ରତିକ୍ରିୟା ରଖିଛନ୍ତି । ଗଣମାଧ୍ୟମକୁ ଚାଞ୍ଚଲ୍ୟକର ବୟାନ ଦେଇ ଶଙ୍କର ପୃଷ୍ଟି କହିଛନ୍ତି, “ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ଫାଇଲ୍ କରିଥିଲି। ହାଇକୋର୍ଟଙ୍କୁ ଆଗୁଆ ଜାମିନ ମାଗିଥିଲି। ସମୟ ଦେଇଥିଲେ, ଗୋଟିଏ ମାସ ପରେ ଆସି ହାଜର ହୋଇଥାନ୍ତି। ପତ୍ନୀ ଦୀପ୍ତିମୟୀ ସାହୁଙ୍କ ନାଁରେ କୌଣସି କେସ୍ ନାହିଁ।” ଆହୁରି ସାଂଘାତିକ ବୟାନ ଦେଇ ଶଙ୍କର ପୃଷ୍ଠି କହିଛନ୍ତି, ପୋଲିସ୍ SI ନିଯୁକ୍ତି କେଳେଙ୍କାରୀରେ ହଜାରେ କୋଟିର ଡିଲ୍ ହୋଇଥିଲା। ପରୀକ୍ଷା ବାତିଲ ପାଇଁ ଷଡଯନ୍ତ୍ର ହୋଇଥିଲା। ଷଡ଼ଯନ୍ତ୍ରକାରିଙ୍କ ସବୁ ତଥ୍ୟ ସରକାରକୁ ଦେବେ। ଗିରଫ ସମସ୍ତ ୧୨୪ ଜଣଙ୍କ ଜନ୍ମକୁଣ୍ଡଳୀ ବାହାର କରନ୍ତୁ ବୋଲି ମଧ୍ୟ କହିଛନ୍ତି ।
ସୂଚନାଯୋଗ୍ୟ, ବୋଲିସ୍ SI ନିଯୁକ୍ତି କେଳେଙ୍କାରୀରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ବର ଅଣାଯାଇଛି। କେଳେଙ୍କାରୀ ପର୍ଦ୍ଦାଫାସ ପରଠୁ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ସେ ଫେରାର ଥିଲେ। ସେ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ ଯୋଜନା କରିଥିଲେ। ତାଙ୍କୁ ଧରିବା ପାଇଁ ସବୁ ବଳ ଲଗାଇ ଦେଇଥିଲା କ୍ରାଇମବ୍ରାଞ୍ଚ ସହ ପୋଲିସ। ପଞ୍ଚ୍ ସଫ୍ଟ୍ କମ୍ପାନୀର ମୁଖ୍ୟ ଥିଲା ଗଂଜାମର ଶଙ୍କର ପୃଷ୍ଟି। ଏହି ମାମଲାରେ ଶଙ୍କର ପୃଷ୍ଟିକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପରେ ସେମାନେ ଜେଲରୁ ବାହାରି ସାରିଛନ୍ତି। କିନ୍ତୁ ୯ ଦଲାଲ ଏବେ ବି ଜେଲରେ । ଏତେ ବଡ଼ କେଳେଙ୍କାରୀ ମାମଲାରେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ବି ସୁପାରିସ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)