୧୬୦୬ଟି ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖା ନଥିବାରୁ ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ।

ଓଡ଼ିଆରେ ନାମଫଳକ ନଥିଲେ ହୋଇଯାନ୍ତୁ ସାବଧାନ୍ । ଆପଣଙ୍କ ନାଁରେ ରୁଜୁ ହୋଇପାରେ ମାମଲା । ତେବେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି । କହିଛନ୍ତି ଓଡି଼ଆରେ ନାମ ଫଳକ ଲେଖିନଥିବା କାରଣରୁ ଆଇନ ଖିଲାପକାରୀ ୧୦୦ଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରାଯାଇଛି । ଏହାସହିତ ୧୬୦୬ଟି ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖା ନ ହୋଇଥିବାରୁ ପ୍ରତିଷ୍ଠାନ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୮ ମୋକଦ୍ଦମା ରୁଜୁ କରାଯାଇଛି । ଏହାସହ ଝାରସୁଗୁଡାରେ ୨୩୭, ଖୋର୍ଦ୍ଧାରେ ୨o୧ ବ୍ୟବସାୟ ପ୍ରତିଷ୍ଠାନ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ମୋଟ ୨୮୫୨ ଗୋଟି ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ନଥିବା କାରଣରୁ ପ୍ରତିଷ୍ଠାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)