ଅକ୍ଷର ବ୍ୟୁରୋ: ବିଧାନସଭାରେ ନଭେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ଅତିରିକ୍ତ ବଜେଟ ଅଧିବେଶନର ଅବ୍ୟବହିତ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନର ତୃତୀୟ ମହଲାରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୭ରୁ ଆରମ୍ଭ ହେବ । ପ୍ରଥମଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବେ । ୨୮ରେ ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ତେବେ ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ସରକାର ୧୨,୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିଥିଲେ । ସେଥିରେ ସରକାରୀ କାର୍ଯ୍ୟକ୍ରମ ବାବଦରେ ୧୦,୧୫୫ କୋଟି ଟଙ୍କା ରହିଥିବା ବେଳେ ପ୍ରଶାସନିକ ବ୍ୟୟ ବାବଦରେ ୧୬୮୫ କୋଟି ଏବଂ ଅବଶିଷ୍ଟ ଟଙ୍କା ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ଅଟକଳ ରହିଥିଲା ।
ଶୀତ ଅଧିବେଶନ ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ।












Leave a Reply