ଗାଡ଼ିର ବୈଧ କାଗଜପତ୍ର କରାଇବା ପାଇଁ ସମୟ ଅବଧି ବଢ଼ାଇଲେ ରାଜ୍ୟ ସରକାର ।

ଅକ୍ଷର ବ୍ୟୁରୋ: ଗାଡ଼ିର ବୈଧ କାଗଜପତ୍ର କରାଇବା ପାଇଁ ମାସେ ସମୟ ଅବଧି । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଏହି ଅବଧି ମଧ୍ୟରେ RC, ଫିଟନେସ୍‌, PUC, ବୀମା ଆଦି କରାଇ ନିଅନ୍ତୁ । ପୂର୍ବରୁ ଜାନୁଆରି ୧ରୁ କଡ଼ାକଡ଼ି ଭାବେ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ହେବାର ନିୟମ ଥିଲା । ନିୟମ ଅନୁସାରେ ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପେଟ୍ରୋଲ ଡିଲର ସଂଘ, ତୈଳ କମ୍ପାନୀ ଅଧିକାରୀ ଓ ପରିବହନ ବିଭାଗର ଅଧିକାରୀଙ୍କ ସହ ପରିବହନ କମିସନରଙ୍କ ବୈଠକରେ ହୋଇଛି ଏହି ନିଷ୍ପତ୍ତି ହୋଇଥିଲା । ଜାନୁଆରୀ ୧ରୁ ସଡ଼କ ସପ୍ତାହ ମାସ ଆରମ୍ଭ ହେଉଥିବା ବେଳେ, ନିୟମକୁ କଡ଼ାକଡ଼ି କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାର ଅବଧି ବଢ଼ାଇଛନ୍ତି ସରକାର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)