ଅକ୍ଷର ବ୍ୟୁରୋ: ନେତାଙ୍କୁ ମିଳିଲା ଜିଲ୍ଲା ଯୋଜନା କମିଟି ଦାୟିତ୍ୱ । ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର । ଆହୁରି ସଠିକ୍ ଢ଼ଙ୍ଗରେ ହେବ ଜିଲ୍ଲାସ୍ତରରେ ଉନ୍ନୟନମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତି, ମନିଟରିଂ ଓ ମୂଲ୍ୟାଙ୍କନ । ଯୋଜନା କମିଟିରେ ୪ ଜଣ ମନ୍ତ୍ରୀ ଓ ୨୬ ଜଣ ବିଧାୟକଙ୍କୁ ଦାୟିତ୍ୱ ମିଳିଛି । ମନ୍ତ୍ରୀ କିମ୍ବା ବିଧାୟକମାନେ ଏହି କମିଟିର ଅଧ୍ୟକ୍ଷ ରହିବେ । ଏହି ଯୋଜନା କମିଟି ପାଇଁ ୩୦ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।
୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର; ୪ ଜଣ ମନ୍ତ୍ରୀ ଓ ୨୬ ଜଣ ବିଧାୟକଙ୍କୁ ମିଳିଛି ଦାୟିତ୍ୱ ।












Leave a Reply