ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ଷ୍ଟ୍ରିଟ୍ କାର୍ଣ୍ଣିଭାଲ । ଆଜି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ । ଏଥିରେ ବହୁ କଳାକାର, ବାସ୍ତୁଶାସ୍ତ୍ର ବିଶାରଦ, ଡିଜାଇନର ଓ ସାଂସ୍କୃତିକ ଦଳ ଯୋଗ ଦେଇଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଶୀତୁଆ ସକାଳର ମଜ୍ଜା ନେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି ଲୋକେ ।
ଏହି ମେଳା ମାଷ୍ଟର କ୍ୟାଣ୍ଟିନ ଛକରୁ ଗିରିଦୁର୍ଗା ମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ ଆପଣଙ୍କ ସହରକୁ ଜାଣନ୍ତୁ, ଥ୍ରୀଡି ଆର୍ଟ, ଜୁମ୍ବା, ଲାଇଭ୍ ମ୍ୟୁଜିକ୍, ଡ୍ୟାନ୍ସ, ବିଭିନ୍ନ ପ୍ରଦର୍ଶନ, ଆର୍କିଟେକ୍ଟଙ୍କ ଦ୍ୱାରା ଘରର ସୌନ୍ଦର୍ଯ୍ୟକରଣ, ବର୍ଜ୍ୟରୁ ପ୍ରସ୍ତୁତ ଶ୍ରେଷ୍ଠ ଫ୍ୟାସନ ଡିଜାଇନ୍ ସୋ, ବିଭିନ୍ନ ପେଣ୍ଟିଂ କଳା ଆଦି ପ୍ରଦର୍ଶିତ ହୋଇଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଛନ୍ତି ଦର୍ଶକ । ଏହି କାର୍ଯ୍ୟକ୍ରମରେ ଛୋଟ ଶିଶୁଙ୍କଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା । ଏହି ଷ୍ଟ୍ରିଟ୍ କାର୍ଣ୍ଣିଭାଲରେ ସାଂସ୍କୃତିକ ପରମ୍ପରା ସହ ଅନେକ ଜାଣିବା କଥା ଲାଭ କରିବାକୁ ମିଳିଛି ଦର୍ଶକଙ୍କୁ ।












Leave a Reply