ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ; ବନ୍ଧା ହେବେ ଯାତ୍ରା କମିଟିର ଆୟୋଜକ ଏବଂ ସଂପୃକ୍ତ କଳାକାର ।

ଅକ୍ଷର ବ୍ୟୁରୋ: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଯାତ୍ରା କମିଟିର ଆୟୋଜକ ଏବଂ ସଂପୃକ୍ତ କଳାକାର ହେବେ ବନ୍ଧା । ଏହା ସହ ତତ୍କକ୍ଷଣ ଯାତ୍ରା କିମିଟିର ଲାଇସେନ୍ସକୁ ରଦ୍ଦ କରାଯିବ । ବିଏମ୍‌ସି ପକ୍ଷରୁ ଜାରି ଏସ୍ଓପିରେ ଏହା ସ୍ପଷ୍ଟ କରାଯାଇଛି । ଆଜିଠୁ ଖଣ୍ଡଗିରି ମେଳା ଆରମ୍ଭ । ୨୭ ତାରିଖରୁ କମ୍ପିବ ଯାତ୍ରା । ତା ପୂର୍ବରୁ ବିଏମ୍‌ସି ପକ୍ଷରୁ କଟକଣା ଲାଗୁ କରାଯାଇଛି । ଚଳିତ ବର୍ଷ ଯାତ୍ରା କମିଟିକୁ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯାତ୍ରା ସମୟରେ ଅଶ୍ଳୀଳ କମେଣ୍ଟ ବା ଉସ୍କାଇବା ଭଳି କମେଣ୍ଟ ନ କରିବାକୁ କୁହାଯାଇଛି । ଯାତ୍ରାପାର୍ଟି ଗୁଡିକ ପ୍ରଚାର ସମୟରେ ଶବ୍ଦ ପ୍ରଦୂଷଣ କରୁଛନ୍ତି । ଏହା ସହ ଉଚ୍ଚ ଶବ୍ଦ ମାନର ମାଇକ ଲଗାଉଛନ୍ତି । ତେଣୁ ଏହା ଉପରେ କଟକଣା ଲାଗିଛି । ମେଳାରେ ବିଏମ୍‌ସି ପକ୍ଷରୁ ଅନୁମୋଦନ ମିଳିଥିବା ଷ୍ଟଲ ଖୋଲିବ । ଯାତ୍ରା ପେଣ୍ଡାଲ ପାଖରେ ଦୋକାନ ଖୋଲି ପାରିବନାହିଁ । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବିଏମ୍‌ସି ।

ଯଦି କିଏ ଖିଲାପ କରେ, ତାହେଲେ ଦୁଇଗୁଣା ଜରିମାନା ଆଦାୟ କରାଯିବ । ଏହା ସହ କୌଣସି ସ୍ଥାୟୀ ନିର୍ମାଣ ହେବନାହିଁ ବୋଲି ଏସ୍ଓପିରେ କୁହାଯାଇଛି । ଯାତ୍ରାରେ କୌଣସି ପ୍ରକାର ବିଜ୍ଞାପନ ମରାଯିବନି । ଟ୍ରାଫିକ କଟକଣାକୁ ଜୋରଦାର କରାଯିବ । ଯେପରି ଭିଡ ନ ଉପୁଜେ ସେ ପ୍ରତି ଧ୍ୟାନ ଦେବାକୁ ଡିସିପି ଟ୍ରାଫିକ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଗାଡ଼ି ପାର୍କିଂ ଉପରେ କଟକଣା ଲାଗୁ ହୋଇଛି । ରାସ୍ତାରେ ଗାଡ଼ି ପାର୍କ କଲେ ବିଏମ୍‌ସି ଉଠାଇ ନେବ । ବିଏମ୍‌ସି ପକ୍ଷରୁ ୫ଟି ସ୍ଥାନରେ ପାର୍କିଂ ଚିହ୍ନଟ କରାଯାଇଛି । ଏହି ସବୁ ପାର୍କିଂରେ ଲୋକେ ଗାଡ଼ି ପାର୍କ କରିବେ । ଟେଣ୍ଡର ପାଇଥିବା ଏଜେନ୍ସି ନିର୍ଦ୍ଧାରିତ ଜାଗାରୁ ଅଧିକ ପାର୍କିଂ କରି ପାରିବେନାହିଁ । ଏହା ହେଲେ ତତ୍କକ୍ଷଣାତ୍ ତାଙ୍କର ଚୁକ୍ତି ବାତିଲ କରିବ ବିଏମ୍‌ସି ।

ପରିମଳ ଉପରେ ଗୁରୁତ୍ୱ ଦେଇଛି ବିଏମ୍‌ସି । ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲାଗିଛି । କୌଣସି ଦୋକାନୀ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର କରି ପାରିବେ ନାହିଁ । ଏହାସହ ଦୋକାନ, ଯାତ୍ରା ପେଣ୍ଡାଲ, ମେଳାରୁ ବାହାରୁଥିବା ଅଳିଆ ଗୁଡିକ ସଫେଇ ଗାଡିକୁ ଦେବେ । ବୁକିଂ ଜରିଆରେ ବି ଅଳିଆ ଦେଇ ପାରିବେ । ମେଳା ସରିବା ପରେ ଯାତ୍ରା ପେଣ୍ଡାଲ, ପିଣ୍ଡି, ପାର୍କିଂ ସ୍ଥଳ ପୂର୍ବାବସ୍ଥାକୁ ଆସିବ । ସଫେଇ କରି ହସ୍ତାନ୍ତର କରିବେ । ନ ହେଲେ ଦାଖଲ ପଇସା ବିଏମ୍‌ସି କାଟି ରଖିବ । ଆଇନଶୃଙ୍ଖଳା ପରିସ୍ଥିତିକୁ କଡାକଡି କରାଯିବ । ଭୁବନେଶ୍ୱର ଡିସିପି ପୁରା ମେଳାର ତଦାରଖ କରିବେ । ସ୍ଥାନୀୟ ଆଇଆଇସିଙ୍କୁ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ କୁହାଯାଇଛି । ଅଗ୍ନିନିରାପତ୍ତା ପାଇଁ ଏକ ଷ୍ଟଲ ଖୋଲିବ । ଏଥିରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)