ଏପ୍ରିଲ ୧ ତାରିଖରୁ ଖୋଲିବ ସୁଭଦ୍ରା ପୋର୍ଟାଲ; ଅନ୍‌ଲାଇନ୍ ରେ ଆବେଦନ କରିପାରିବେ ନୂଆ ମହିଳା ହିତାଧିକାରୀ ।

ଅକ୍ଷର ବ୍ୟୁରୋ: ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବାକୁ ନୂଆ ସୁଯୋଗ । ଯେଉଁ ମହିଳାମାନେ ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନାହାନ୍ତି, ବିଶେଷ ଭାବେ ସେମାନେ ଏଥିରେ ସାମିଲ ହୋଇପାରିବେ । ଆଉ ତିନି ଦିନ ପରେ ରାଜ୍ୟ ସରକାରଙ୍କ ସୁଭଦ୍ରା ପୋର୍ଟାଲ ଖୋଲିବ । ଏହା ପରେ ଅନ୍‌ଲାଇନ୍ ମାଧ୍ୟମରେ ମହିଳା ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ । ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ ପଂଜୀକରଣ ଆରମ୍ଭ ‌ହେବ । ସୁଭଦ୍ରା ପୋର୍ଟାଲରେ ଏପ୍ରିଲ ୩୦ ପର୍ଯ୍ୟନ୍ତ କରିପାରିବେ ଆବେଦନ ।

ଯେଉଁମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବେ, ଏହା ପୂର୍ବରୁ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରୁ ମାନୁଆଲ ଫର୍ମ ନେଇପାରିବେ । ଏହି ଆବେଦନ ଫର୍ମ ମାଗଣାରେ ମିଳିବ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି, ସେମାନଙ୍କୁ ସୁଯୋଗ ମିଳିବ। ଯୋଜନାରେ ସାମିଲ ହେବାକୁ ବୟସ ୨୧ରୁ ୬୦ ବର୍ଷ ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ ସରକାର ଅଧିକ ସଂଖ୍ୟାରେ ହିତାଧିକାରୀଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି । ନୂତନ ଆବେଦନ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)