ସ୍ୱାଭାବିକ ହେଲା ସୁନ୍ଦରଗଡ଼; ରିଜେଣ୍ଟ ମାର୍କେଟ ଛକରୁ ବାହାରିଲା ଶାନ୍ତି ଶୋଭାଯାତ୍ରା ।

ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ରେ ଫେରିଲା ଶାନ୍ତି । ସ୍ୱାଭାବିକ ହେଲା ସୁନ୍ଦରଗଡ଼ । ଭାଇଚାରାର ନିଆରା ଦୃଶ୍ୟ ଦେଖିବାକୁ ମିଳିଲା ସୁନ୍ଦରଗଡ଼ ସହରରେ । ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଛକରୁ ବାହାରିଲା ଶାନ୍ତି ଶୋଭାଯାତ୍ରା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ବାହାରିଲା ଶୋଭାଯାତ୍ରା । ସମସ୍ତ ଧର୍ମର ଜନସଧାରଣ ହେଲେ ରାଲିରେ ସାମିଲ ହୋଇଛନ୍ତି । ଗତ ୧୫ ତାରିଖରେ ଗୁଜବକୁ ନେଇ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଗୁରୁବାର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରସ୍ପର ଉପରେ ଭୀଷଣ ପଥରମାଡ଼, ଦୋକାନ ଭଙ୍ଗାରୁଜା, ଗାଡ଼ି ପୋଡ଼ି ହୋଇଛି । ଆକ୍ରମଣରେ ୨ ପୁଲିସ କର୍ମଚାରୀଙ୍କ ସହ ଉଭୟ ଗୋଷ୍ଠୀର ୮ ଆହତ ହୋଇଥିଲେ । ଶାନ୍ତି ବଜାୟ ଲାଗି ସହରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଧାରା ୧୬୩ ଜାରି କରାଯିବା ସହ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବାକୁ ବନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)