ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହେଲା ସୁପାରି ଡିଲର୍ ଉମା ବିଷୋୟୀ ।

ଅକ୍ଷର ବ୍ୟୁରୋ: ବହୁଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହେଲା ସୁପାରି ଡିଲର୍ । ଉମା ବିଷୋୟୀକୁ ଗିରଫ କରାଯାଇଛି । ସେ ଶାର୍ପସୁଟରଙ୍କ ସହ ଯୋଗାଯୋଗ କରି ସୁପାରି ଡିଲ୍ କରିଥିଲା ବୋଲି କହିଛି ପୋଲିସ । ସେ ସୁପାରି ଡିଲର ଥିଲା । ଉମାକୁ ବାନ୍ଧିଛି ବ୍ରହ୍ମପୁର ପୋଲିସ । ଏହି ସମ୍ୱେଦନଶୀଳ ହତ୍ୟା ମାମଲାରେ ଜଣକ ପରେ ଜଣକୁ ଗିରଫ କରିବାରେ ଲାଗିଛି ପୋଲିସ । ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏବେ ବି ଛାନଭିନ୍ ଚଳାଇଛି ବ୍ରହ୍ମପୁର ପୋଲିସ । ମାମଲାରେ ଆଉ ଜଣେ ଅଭିଯୁକ୍ତ ଏଯାଏଁ ଫେରାର ଅଛି । ସେ ହେଲା କୁରୁପତି ଭୂୟାଁ । ତେଣୁ ତାକୁ ସ୍କାନରରେ ରଖିଛି ବ୍ରହ୍ମପୁର ପୋଲିସ । 

ସେପଟେ ଘଟଣାରେ ଆଉ କିଛି କର୍ପୋରେଟର ଓ ଅନ୍ୟ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରୁଛି । ଏପଟେ ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ କୁହାଯାଉଥିବା ସୁନୀଲ ହୋତାକୁ କୋରାପୁଟ ଜୟପୁରରୁ ଉଠାଇ ଆଣିଥିଲା ବ୍ରହ୍ମପୁର ପୋଲିସ । ସୁନୀଲ ତା ଫାର୍ମ ହାଉସରେ ସାର୍ପ ସୁଟର କୁରୁପତି ଭୂୟାଁକୁ ଆଶ୍ରୟ ଦେଇଥିଲା ବୋଲି ଅଭିଯୋଗ ରହିଛି । ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ସହଜରେ ଗ୍ରହଣ କରିପାରୁନି ବିଜେଡି । ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପିଣ୍ଟୁ ଦାସଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)