ଜୁନ୍‌ରେ ସରିବ ରାସନ କାର୍ଡ E-KYC ପ୍ରକ୍ରିୟା; ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା ।

ଜୁନ୍‌ରେ ସରିବ ରାସନ କାର୍ଡ E-KYC ପ୍ରକ୍ରିୟା । ଏଥିରୁ ବାଦ୍‌ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ । ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ହିତାଧିକାରୀ E-KYC କରିଛନ୍ତି । ଯେଉଁମାନେ E-KYC କରିନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା । ନୂଆ ସରକାର ଆସିଲା ପରେ ୧୭ ଲକ୍ଷ ଆବେଦନ ଆସିଥିଲା । ୬ ଲକ୍ଷ ରାସନ କାର୍ଡ ଦିଆଚାଲିଛି। ବାକି ଆଉ ୧୫ ଲକ୍ଷ କାର୍ଡ ଆପ୍ରୁଭ ସରିଛି । କେବଳ ବ୍ଲକ ଅଫିସ ନୁହେଁ ଜନ ସେବା କେନ୍ଦ୍ରରେ ଅନ୍‌ଲାଇନ୍‌ ଆବେଦନ ହେଉଛି । ନୂଆ ସରକାରଙ୍କ ଉପରେ ଆସ୍ଥା ଥିବାରୁ ଭିଡ଼ ହେଉଛି । ଭିଡ଼କୁ ଦେଖି ଆବଶ୍ୟକ ପଦେକ୍ଷପ ନିଆଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)