ପିଏମ୍ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି । ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ଦେବେ ରାଜ୍ୟ ସରକାର । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ପରମିଟ୍ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି । ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ । ନଦୀ ଭିତରୁ ପସି ବାଲି କାଢ଼ିବା ବନ୍ଦ ହେବ । ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ । ଏହା ନଷ୍ଟ ହେଉଛି । ତେଣୁ କେତେ ଓଜନର ବାଲି ଗାଡି ଯାଉଛି । ତେଣୁ ଏସବୁକୁ ନେଇ ନୂଆ ଏସଓପି ଆସିବାକୁ ଯାଉଛି ।
ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ । ଗୋଟେପଟେ ବାଲି ତସ୍କରୀକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି । କିନ୍ତୁ ଅନ୍ୟପଟେ ବିହାର, ବେଙ୍ଗଲ ଭଳି ଓଡ଼ିଶାର ମାଫିଆମାନେ ଆଇନ୍କୁ ହାତକୁ ନେଉଛନ୍ତି । ବଡ଼ ବଡ଼ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ଆକ୍ରମଣ କରିବାର ଯେଉଁ ଦୁଃସାହସ ସେମାନେ କରିଛନ୍ତି ଏହା ତାଙ୍କର ଶେଷ ଦୁଃସାହସ ହେଉ । ଏ ଘଟଣାରେ ମୁଁ ଅଧିକାରୀମାନଙ୍କ ସହ କଥା ହୋଇଛି । ଯେଉଁମାନେ ଏହି କାଣ୍ଡ କରିଛନ୍ତି ଏବଂ ଯେଉଁମାନେ ପ୍ରଚ୍ଛଦପଟରେ ରହିଛନ୍ତି ସମସ୍ତଙ୍କୁ ଧରାଯିବ । ତଦନ୍ତ ସେ ପର୍ଯ୍ୟନ୍ତ ହେବ ଯେଉଁ ପର୍ଯ୍ୟନ୍ତ ସେମାନେ ଧରା ନ ପଡ଼ିଛନ୍ତି । କେହି ବର୍ତ୍ତିବା କଥା ନୁହେଁ, ପାତାଳରେ ଥିଲେ ବି ବାନ୍ଧିକି ଆଣି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।












Leave a Reply