ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ। ଚିଠି ଲେଖି ସମସ୍ତ ଡିଇଓ ଓ ବିଇଓଙ୍କୁ ଦେଲେ ନିର୍ଦ୍ଦେଶ। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରେ ବଦଳି ପାଇଁ ହେବ ଆବେଦନ। ଜୁଲାଇ ୧୮ରେ ବଦଳି ତାଲିକା ଦେଖି ହେବ। ଓସେପା ଓ୍ୱେବସାଇଟରେ ଉପଲବ୍ଧ ହେବ ତାଲିକା। ପୂର୍ବରୁ ପ୍ରାଥମିକ ଶିକ୍ଷକଙ୍କ ଅନଲାଇନ ବଦଳି କ୍ୟାଲେଣ୍ଡର ବଦଳି ଆବେଦନର ଶେଷ ତାରିଖ ଥିଲା ଜୁନ୍ ୬ ତାରିଖ। ହେଲେ ଏହା ଏବେ ଗୋଟିଏ ଦିନ ବଢ଼ିଛି ଅର୍ଥାତ୍ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ। ଜୁନ୍ ୬ ତାରିଖ ଭିତରେ ପୋର୍ଟାଲ୍ ଜରିଆରେ ଆବେଦନ କରିବେ। ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ।
ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର; ଜୁନ ୭ ଆବେଦନର ଶେଷ ତାରିଖ ।












Leave a Reply