ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ; ୧୫ ଦିନ ମଧ୍ୟରେ ତର୍ଜମା ନେଇ ପ୍ରତିଶ୍ରୁତି ।

ଅକ୍ଷର ବ୍ୟୁରୋ: ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ । ଆନ୍ଦୋଳନରେ ବସିଥିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି । ୩ ଦିନ ଧରି ଅହୋରାତ୍ର ଆନ୍ଦୋଳନରେ ବସିବା ପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି । ୫ ଦଫା ଦାବି ନେଇ କରିଥିଲେ ଆନ୍ଦୋଳନ । ୧୫ ଦିନ ମଧ୍ୟରେ ତର୍ଜମା ସହ ନିଷ୍କର୍ଷ ବାହାରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ବିଜେପିର ୨ ବିଧାୟକ ଅଶୋକ ମହାନ୍ତି, ବାବୁ ସିଂଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଛି । ଦାବି ନେଇ ସରକାର ଅବଗତ ଅଛନ୍ତି ଏବଂ କମିଟି ଗଠନ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)