ପୁଣି ରାଜଧାନୀରେ ଲାଗିଲା ନିଆଁ; କଳିଙ୍ଗ ଷ୍ଟୁଡିଓ ଛକ ତାରିଣୀ ହାଟରେ ଭୟାବହ ଅଗ୍ନିକାଣ୍ଡ ।

ଅକ୍ଷର ବ୍ୟୁରୋ: ପୁଣି ରାଜଧାନୀରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ହୋଇଗଲା ପାଉଁଶ । ବିଳମ୍ବିତ ରାତିରେ ଜଳିଗଲା ୧୫ଟି ଦୋକାନ ସହ ୬ଲକ୍ଷ ଟଙ୍କାର ସାମଗ୍ରୀ । ଅନେକ ଦାମୀ ସୋଫା ଏବଂ ଅନେକ କଞ୍ଚା ପରିବା । ଭୁବନେଶ୍ୱର ଭରତପୁର ଥାନା କଳିଙ୍ଗ ଷ୍ଟୁଡିଓ ଛକ ତାରିଣୀ ହାଟରେ ଭୟାବହ ନିଆଁକାଣ୍ଡ । ଜଳିଗଲା ତାରିଣୀ ମାର୍କେଟର ରାସ୍ତା କଡ଼ରେ ଥିବା ଦୋକାନ । ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ପହଞ୍ଚିଥିଲା । ନିଆଁଲିଭା କାମରେ ୩୦ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ଗୋଟେ ପରେ ଗୋଟେ ଦୋକାନରେ ନିଆଁ ବ୍ୟାପି ଆଖି ପିଛୁଳାକେ ହୋଇଛି ପାଉଁଶ । ସୌଭାଗ୍ୟ ବଶତଃ ନିଆଁ ଅଧିକ ବ୍ୟାପିବା ଆଗରୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ନିଆଁ ଅଧିକ ବ୍ୟାପି ପାରିନାହିଁ ସତ, କିନ୍ତୁ ଅନେକ ପରିବାରର ରୋଜଗାର ଏବେ ମାଟିରେ ମିଶିଯାଇଛି । ନିଆଁ ଲାଗିବା କାରଣ ଅସ୍ପଷ୍ଟ ଥିବାବେଳେ, କେହି ଜାଣିଶୁଣି ଏଭଳି କାଣ୍ଡ କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)