ଅକ୍ଷର ବ୍ୟୁରୋ: ମାଲକାନଗିରିରେ ପୁଣି ବଢିଲା ଇଣ୍ଟରନେଟ୍ କଟକଣା । ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ବୁଧବାର ଦିନ ୧୨ଟାରୁ ଗୁରୁବାର ଦିନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ପରିସ୍ଥିତିକୁ ଦେଖି କଟକଣା ନେଇ ପୁଣି ଗୁରୁବାର ନିଷ୍ପତ୍ତି ନିଆଯିବ । ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ । ମଙ୍ଗଳବାର ଅଧିକ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କରିଥିଲା ପ୍ରଶାସନ । ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି କରାଯାଇଥିଲା । RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଥିଲା । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଥିଲେ । ଅନ୍ୟପଟେ ମୃତ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର କରାଯାଇଛି । ପୋଟେରୁ ନଦୀର ନାମକୋଣ୍ଡା ଡଙ୍ଗା ଘାଟରୁ ମିଳିଛି ମହିଳାଙ୍କ କଟାମୁଣ୍ଡ । ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି ।
ମାଲକାନଗିରିରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ ।












Leave a Reply