ଆଜି ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରାକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କରିବେ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ସାମିଲ ହେବେ । ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ମହାଦେବ ଲିଙ୍ଗରାଜଙ୍କ ଜାଗର ଯାତ୍ରା ଆୟୋଜନ ଉପରେ ଗୁରୁତ୍ୱ । ଅଯଥା ଭିଡ଼ ରୋକିବାକୁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍‌ । ଦକ୍ଷ ଅଧିକାରୀଙ୍କୁ ଦିଆଯିବ ଅତିରିକ୍ତ ଦାୟିତ୍ୱ । ଗତକାଲି ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତି ସମ୍ପନ୍ନ ସହ ଜାଗର ଯାତ୍ରାକୁ ସଫଳ କରିବା ନେଇ ବିଭିନ୍ନ ବିଭାଗ,ନିଯୋଗ ଏବଂ ସେବାୟତ ପ୍ରତିନିଧିଙ୍କୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ହରିଚନ୍ଦନ କହିଥିଲେ ଯେ, ଜାଗର ଯାତ୍ରା ଭଳି ମହୋତ୍ସବ କେବଳ ଜଣଙ୍କ ଉଦ୍ୟମରେ କେବେ ବି ସମ୍ଭବ ନୁହେଁ । ଏଥି ପାଇଁ ସେବାୟତ ସମୂହ, ନିଯୋଗ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ମହାନଗର ନିଗମ, ଅଗ୍ନିଶମ ସେବା, ଏପରିକି ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୟ ଅନୁସାରେ ନୀତିକାନ୍ତି ସମ୍ପନ୍ନ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନଠାରୁ ଆରମ୍ଭ କରି ମହାଦୀପ ଉଠିବା ପର୍ଯ୍ୟନ୍ତ ସବୁକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜାଗର ଅବସରରେ ନକଲି ପାସଧାରୀ ସେବାୟତ ଏବଂ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)